ଭୁବନେଶ୍ୱର: ରାଜ୍ୟରେ ଏକ ନୂତନ ଇସ୍ପାତ କାରଖାନା ପ୍ରତିଷ୍ଠା ପାଇଁ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି।

ଏହି ପ୍ରକଳ୍ପରେ ପ୍ରାୟ ୨୫ ହଜାର କୋଟି ଟଙ୍କା ପୁଞ୍ଜି ବିନିଯୋଗ ହେବ ଏବଂ ପ୍ରାୟ ୧୫ ହଜାର ଲୋକଙ୍କୁ ରୋଜଗାର ମିଳିବ।

ସ୍ଥାନୀୟ ଯୁବକମାନଙ୍କୁ ପ୍ରାଥମିକତା ଦିଆଯିବ ବୋଲି କମ୍ପାନୀ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଛି।